ଅଜବ ପ୍ରତିଭା.. ଅଦ୍ଭୁତ ମଣିଷ ! ଖାଉଛନ୍ତି ଜୀଅନ୍ତା କୁକୁଡ଼ା; ଦେଖନ୍ତୁ ଭିଡିଓ…

ନୀଳଗିରି:  ସାମାଜିକ ଗଣମାଧ୍ୟମରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ନିଜର ପ୍ରତିଭା ଯୋଗୁ କିଛି ଲୋକ ରାତାରାତି ଚର୍ଚ୍ଚିତ ମଧ୍ୟ ହୋଇଥାନ୍ତି । ସେହିପରି ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି  ଜଣେ ପଥର କାରିଗର । ନିଜର କାରିଗରୀ କାମକୁ ନେଇ ନୁହେଁ, ବରଂ ନିଜର ଖାଦ୍ୟକୁ ନେଇ ରହିଛନ୍ତି ଚର୍ଚ୍ଚାରେ ।

ଅଜବ ପ୍ରତିଭା.. ଅଦ୍ଭୁତ ମଣିଷ.. ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଜୁରିଆପାଟଣା ଗାଁର ଏ ହେଉଛନ୍ତି ସନ୍ତୋଷ ଦଳାଇ । ପେଷାରେ ସେ ଜଣେ ପଥର କାରିଗର । କିନ୍ତୁ ନିଶା ତାଙ୍କର ଅନେକ କିଛି ।

ଗାଁ ନାଳ ଓ ଗାଡ଼ିଆରୁ ଚୁନା ମାଛ ସବୁ ସଂଗ୍ରହ କରି ସେ ଜୀଅନ୍ତା ଖାଉଥିବା ଦେଖିବାକୁ ମିଳିଛି। ଏପରି କି ବର୍ତ୍ତମାନ ବର୍ଷାଋତୁ ଚାଲୁଥିବା ଯୋଗୁ ବିଲବାଡ଼ିରେ ଛୋଟ ଛୋଟ କଙ୍କଡ଼ା ମାଳମାଳ ହେଉଛନ୍ତି । ସେମାନଙ୍କୁ ଧରି ତହିଁରେ ସସ୍ ଗୋଳାଇ ସନ୍ତୋଷ ଜୀଅନ୍ତା କଙ୍କଡ଼ା ଖାଇବା ଦେଖି ଲୋକେ ଚକିତ ହୋଇପଡ଼ିଛନ୍ତି ।

ସେହିପରି ଜୀଅନ୍ତା କୁକୁଡ଼ା ମଧ୍ୟ ଖାଉଛନ୍ତି ସନ୍ତୋଷ । ସବୁଠାରୁ ବଡ଼କଥା ହେଲା, ସେ ନିଜେ ଏସବୁ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଦେଖ୍ ଅନ୍ୟ କେହି ଏଭଳି କାର୍ଯ୍ୟ ନକରିବାକୁ ସେ ହାତଯୋଡ଼ି ବାରଣ କରିଛନ୍ତି । ସମ୍ପ୍ରତି ଏହି କାରିଗରଙ୍କ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଥିବା ଦେଖିବାକୁ ମିଳିଛି ।

Comments are closed.