ନୀଳଗିରିରେ ବନ୍ଧୁକ ତିଆରି କାରଖାନା ଠାବ, ୨କାରିଗର ଗିରଫ

ନୀଳଗିରି: ପୁଲିସ ଓ ବନବିଭାଗକୁ ଚକମା ଦେଖାଇ ଅଭୟାରଣ୍ୟର ପାଦଦେଶରେ ଚାଲୁଥିଲା ବନ୍ଧୁକ ତିଆରି କାରଖାନା। ଏଭଳି ଏକ ଖବରପାଇ ବାଲେଶ୍ୱର ଜିଲା ନୀଳଗିରି ଏସଡିପିଓ ରୀତେଶ ମହାପାତ୍ର ପୁଲିସ ଓ କୁଲଡିହା ବନକର୍ମଚାରୀଙ୍କୁ ଧରି ମିଳିତ ଚଢ଼ଉ କରିଛନ୍ତି। ନୀଳଗିରି ଥାନା ଅଧୀନ ତଥା କୁଲଡିହା ଅଭୟାରଣ୍ୟର ପାଦଦେଶ ଗାଁ କୁହାଯାଉଥିବା ହାତୀଖୋଲିଆରୁ ଏହି ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ଚଢ଼ଉ ସମୟରେ ଉକ୍ତ ଗାଁର ରବି ସିଂ(୩୦) ଏବଂ ରବୀନ୍ଦ୍ର ସିଂ(୩୮) ନାମକ ୨ଜଣ ବନ୍ଧୁକ ତିଆରି କାରିଗରଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ଅର୍ଦ୍ଧନିର୍ମିତ ଦେଶୀବନ୍ଧୁକ ସହ ବଟାଳି, ରନ୍ଦା, ଷ୍ଟିୟରିଂ ପାଇପ, କରତ ପ୍ରଭୃତି ବହୁ ସରଞ୍ଜାମ ଜବତ କରାଯାଇଛି।

 

ଗାଡ଼ି ଷ୍ଟିୟରିଂ ପାଇପ ଓ କେତେକ ସାମଗ୍ରୀରେ ଦେଶୀୟ କଳାକୌଶଳରେ ଏହି କାରିଗରମାନେ ବନ୍ଧୁକ ତିଆରି କରି ବାହାରକୁ ପଠାଉଥିଲେ। ଏନେଇ ପୁଲିସ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରି ରହିଛି। ନୀଳଗିରି ଏସଡିପିଓଙ୍କ ଏହି ଅତିର୍କିତ ଚଢ଼ଉ ପରେ ଶିକାରୀ ଓ ଚୋରା ବନ୍ଧୁକଧାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।

Comments are closed.