ନୀଳଗିରିରେ ୩୪ ବିଦ୍ୟାଳୟକୁ ମିଳିଲା ସ୍ଥାୟୀ ପଟ୍ଟା

ନୀଳଗିରି: ବିଦ୍ୟାର୍ଥୀଙ୍କୁ ବିଦ୍ୟାଦାନ ଉଦ୍ଦେଶ୍ୟରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ବହୁ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। କିନ୍ତୁ ବିଦ୍ୟାଳୟ ନାମରେ ସ୍ଥାୟୀ ପଟ୍ଟା ନଥିବା ଯୋଗୁ ସରକାରୀ ସ୍ତରରେ ଉନ୍ନତିରେ ବାଧା ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ନୀଳଗିରି ତହସିଲ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୩୪ଟି ବିଦ୍ୟାଳୟକୁ ପ୍ରାଥମିକ ପର୍ଯ୍ୟାୟରେ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି। ବାଲେଶ୍ଵର ଜିଲା ଅଧୀନ ନୀଳଗିରି ଉପଖଣ୍ଡରେ ମୋଟ ଏମିତି ୧୪୦ଟି ବିଦ୍ୟାଳୟକୁ ପଟ୍ଟା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଯୋଗ ଦେଇ ପଟ୍ଟା ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅଶେଷ ନାୟକ, ବିଇଓ ସ୍ନିଗ୍ଧା ପଣ୍ଡା, ଏବିଇଓ ରବି ନାରାୟଣ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.