ବିଜେପିରେ ଯୋଗଦେଲେ ସିପିଆଇଏମ ନେତା

ନୀଳଗିରି: ବାଲେଶ୍ୱର ଜିଲା; ନୀଳଗିରି ନିର୍ବାଚନମଣ୍ଡଳୀ ଅଧୀନ କାଣ୍ଡଗରଡ଼ି ପଞ୍ଚାୟତର ସିପିଆଇଏମ ନେତା ଉମାକାନ୍ତ ସ। ଶୁକ୍ରବାର ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି। ଏହି ଅବସରରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଶ୍ରୀ ସଙ୍କ ଯୋଗଦାନ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଅଧିକ ମଜଭୁତ କରିବ ବୋଳି ବିଜେପି ଦଳ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନେତା ଭାଗବତ ଖିଲାର, ଲୁନା ଦାସ, ପ୍ରଦୀପ ନାୟକ, ସୁକାନ୍ତ ନାୟକ, ବସନ୍ତ ରାଉତ, ଗଣେଶ ପ୍ରସାଦ ବେହେରା, ଉପେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.