ନୀଳଗିରି ଏସଡିପିଓଙ୍କ ଚଢ଼ଉ, ହୋଟେଲ ମାଲିକ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି-ଉଦଳା ପୂର୍ତ୍ତ ରାସ୍ତାର ସଜନାଗଡ଼ ବଜାରରେ ଥିବା ଏକ ହୋଟେଲରେ ମଦ କାରବାର ବୃଦ୍ଧି ପାଉଥିବା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଏସଡିପିଓ ରୀତେଶ ମହାପାତ୍ର ସଦଳବଳେ ଚଢ଼ଉ କରିଛନ୍ତି। ଉକ୍ତ ହୋଟେଲଟି ଚୋରା ବାର ପାଲଟିଥିବା ଏବଂ ମଦ୍ୟପମାନେ ଏଠାରେ ଆସର ବସାଉଥିଲେ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି। ଚଢ଼ଉରେ ବିଭିନ୍ନ ନାମୀଦାମୀ କମ୍ପାନୀର ସାଢ଼େ ୧୦ଲିଟର ବିଦେଶୀ ମଦ ଜବତ କରାଯାଇ ହୋଟେଲ ମାଲିକ ଆଦିକନ୍ଦ ସାହୁଙ୍କୁ ଗିରଫ କରାଯାଇଛି। ସେପଟେ ଏହି ଚଢ଼ଉ ସମୟରେ ମଦ ପିଉଥିବା ମଦ୍ୟପମାନେ ଛତ୍ରଭଙ୍ଗ ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି।

Comments are closed.