ନୀଳଗିରିରେ ପଇଁତରା ମାରୁଛି ଝାଡ଼ଖଣ୍ଡର ପାଇଲଟ ଦନ୍ତା

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିକୁ ଝାଡ଼ଖଣ୍ଡ ରାଜ୍ୟ ଦଲମା ଅଭୟାରଣ୍ୟର ପାଇଲଟ ଦନ୍ତାଟି ପଶି ଆସିଛି। ବୁଧବାର ଏହି ଦନ୍ତାଟି ମିତ୍ରପୁର ନିକଟସ୍ଥ କାଠଗୋଛି, ଚଣ୍ଡିପୁର ଅଞ୍ଚଳରେ ଥିବା ପଥର ଖାଦାନ ଅଞ୍ଚଳରେ ପଇଁତରା ମାରିଥିଲା। ପରେ ନିକଟସ୍ଥ ଗାଁରେ ପଶି କଦଳୀ ଗଛ ଖାଇବା ସହ ଜନୈକ ବ୍ୟକ୍ତିଙ୍କ ଚାଳ ଛପର ଘରକୁ ଟାଣି ଦେଇଥିବା ଲକ୍ଷ କରାଯାଇଛି। ନୀଳଗିରି ରେଞ୍ଜର ମନୱାର ଖାଁ, ମିତ୍ରପୁର ଫରେଷ୍ଟର ସରୋଜ ପ୍ରଧାନଙ୍କ ସମେତ ବନକର୍ମଚାରୀମାନେ ହାତୀଥିବା ସ୍ଥାନରେ ମୁତୟନ ହୋଇ ରହିଛନ୍ତି। ସେପଟେ ଝାଡ଼ଖଣ୍ଡର ଅନ୍ୟ ଏକ ଦନ୍ତା ମୟୂରଭଞ୍ଜ ଜିଲାର ବେତନଟୀ ରେଞ୍ଜ୍‍ ଅଧୀନ ନଡ଼ପୁର ଜଙ୍ଗଲରେ ରହିଥିବା ସୂଚନା ମିଳିଛି। ବନବିଭାଗ ପକ୍ଷରୁ ଉଭୟ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଉଛି। ଅପରପକ୍ଷରେ ଗାଁରେ ହାତୀ ପଶି ଯିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଚାଷଜମି ନଷ୍ଟ ହେବା ଆଶଙ୍କା କରି ଅଞ୍ଚଳବାସୀ ଓ ବନକର୍ମଚାରୀ ଏହି ଦନ୍ତାକୁ ଘଉଡ଼ାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି।

Comments are closed.