ଜାଲରେ ଫସିଗଲା ଚନ୍ଦ୍ରମଣ୍ଡଳ ବୋଡ଼ା

ନୀଳଗିରି: ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଜୁରିଆପାଟଣା ଗାଁର ରଘୁନାଥ ମଲିକଙ୍କ ବାଡ଼ିରେ ଏକ ଚନ୍ଦ୍ରମଣ୍ଡଳ ବୋଡ଼଼ା ସାପ ଛନ୍ଦି ହୋଇଥିଲା। ଘର ମାଲିକ ଏହା ଦେଖିବା ପରେ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ଜନ୍ତୁପ୍ରେମୀ ମନୋରଞ୍ଜନ ଦାସଙ୍କୁ ଖବର ଦେଇଥିଲେ। ଶ୍ରୀ ଦାସ ଏବଂ ତାଙ୍କ ସହଯୋଗୀ ମାୟାଧର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଜାଲରେ ଛନ୍ଦି ହୋଇ ପଡ଼ିଥିବା ସାପଟିକୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଦେବଗିରି ପାହାଡ଼ରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଏହି ପ୍ରଜାତିର ସାପମାନେ ବିରଳ ତଥା ବିଷଧର ବୋଲି ସୂଚନା ମିଳିଛି।

Comments are closed.