ନାବାଳିକା ଗର୍ଭବତୀ; ନାବାଳକ ଗିରଫ

ନୀଳଗିରି: ପୁଅକୁ ୧୭ ହୋଇଥିବା ବେଳେ ଝିଅକୁ ବି ୧୭ବର୍ଷ। ପ୍ରାୟ ବର୍ଷେ ତଳୁ ଉଭୟ ପ୍ରେମୀଯୁଗଳ ଘର ଛାଡ଼ି ଲୁଚି ପଳାଇ ଯାଇଥିଲେ। ବିବାହ କରିବା ପରେ ସେମାନେ ଘରକୁ ଫେରିଆସି ସ୍ୱାମୀ-ସ୍ତ୍ରୀର ସମ୍ପର୍କ ରଖି ସାଙ୍ଗରେ ରହୁଥିଲେ। ଏହା ଭିତରେ ସମ୍ପୃକ୍ତା ନାବାଳିକା ୫ମାସର ଗର୍ଭବତୀ ହୋଇଥିବା ଯୋଗୁ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଅଯୋଧ୍ୟା ଅଞ୍ଚଳର ନାବାଳିକାର ମା’ ଏକ ଏତଲା ଦେଇଛନ୍ତି। ଆଇଆଇସି ପ୍ରଭଞ୍ଜନ ବେହେରା ଏହି ଘଟଣାରେ ତଦନ୍ତ କରି ଏକ ଦୁଷ୍ମର୍ମ ମାମଲା ରୁଜୁ କରିଛନ୍ତି। ନୀଳଗିରି ଥାନା ଜାମୁଡ଼ିହା ଅଞ୍ଚଳର ସମ୍ପୃକ୍ତ ନାବାଳକ ପ୍ରେମିକକୁ ସୋମବାର ଗିରଫ କରାଯାଇଛି। ଉଭୟେ ନାବାଳକ ଓ ନାବାଳିକା ହୋଇଥିବା ପୁଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ମଙ୍ଗଳବାର ଅଭିଯୁକ୍ତ ନାବାଳକକୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

Comments are closed.