ବାପା ମାଆଙ୍କୁ ଲୁହାଛଡ଼ରେ ମାଡ଼ମାରି କ୍ଷତାକ୍ତ କଲା ପୁଅ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର ନିକଟସ୍ଥ ମଛୁଆ ଅଞ୍ଚଳରେ ଏକ ବର୍ବରତା ଦେଖିବାକୁ ମିଳିଛି। ନିଜ ଜନ୍ମକଲା ବାପା ମାଆଙ୍କୁ ମାଡ଼ମାରି ତାଙ୍କ ପୁଅ କ୍ଷତାକ୍ତ କରିଦେବା ଘଟଣା ସାଧାରଣରେ ଉଦ୍‍ବେଗ ସୃଷ୍ଟି କରିଛି।
ନୀଳଗିରି ଥାନା ମଛୁଆ ଗାଁର ଦାମୋଦର ପରିଡ଼ା ଓ ମଞ୍ଜୁଲତା ପରିଡ଼ାଙ୍କ ପୁଅ ଗୋପୀନାଥ (୨୮) କିଛିଦିନ ପୂର୍ବରୁ ଖନ୍ତାପଡ଼ା ଥାନା ଆମ୍ବୁଡିହା ଅଞ୍ଚଳର ମାମା ମଲିକ ନାମକ ଜଣେ ବିବାହିତାଙ୍କୁ ଘରେ ସ୍ତ୍ରୀର ସ୍ୱୀକୃତି ଦେଇ ରଖିଥିଲେ। ଏହି ଘଟଣାକୁ ପରିବାର ଓ ପଡ଼ୋଶୀମାନେ ବିରୋଧ କରି ଆସୁଛନ୍ତି। ତେବେ ମଛୁଆ ଛକରେ ଥିବା ତାଙ୍କ ବାପାଙ୍କ ଦୋକାନର ତାଲା ଭାଙ୍ଗି ସମ୍ପୃକ୍ତ ଯୁବକ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଥିବା ଅଭିଯୋଗ ହୋଇଛି।

 

ଏଥିରେ ବାପା ମାଆ ପ୍ରତିବାଦ କରିବାରୁ ଏକ ଲୁହାଛଡ଼ରେ ଉଭୟଙ୍କୁ ଅମାନୁଷିକଭାବେ ମରଣାନ୍ତକ ଆକ୍ରମଣ କରିଛି। ଉକ୍ତ ଆକ୍ରମଣରେ ମାମା ମଲିକ ସହଯୋଗ କରିଥିବା ଏବଂ ମାମାଙ୍କ ସମ୍ପର୍କୀୟମାନେ ମଧ୍ୟ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ବାପାଙ୍କ ଦେହର କ୍ଷତ ସୃଷ୍ଟି ହୋଇଥିବା ବେଳେ ମା’ଙ୍କ ପିଠି, ଗୋଡ଼, ମୁହଁ, ହାତ, ପିଚା ଓ ଦେହର ବିଭିନ୍ନ ଅଂଶ ପଚା ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ସମ୍ପର୍କୀୟମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ପୁଲିସ ପକ୍ଷରୁ ଉକ୍ତ ଘଟଣାରେ ତଦନ୍ତ କରାଯାଉଛି।

Comments are closed.