ନୀଳଗିରିରେ ଖସିଲା ଲଣ୍ଡନ ବେଲୁନ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଅଞ୍ଚଳରେ ଶନିବାର ସକାଳେ ଏକ ବେଲୁନ ଉଡୁ ଥିଲା। ହଠାତ ଏହି ବେଳୁନଟି ଫାଟି ବରହମପୁର ଥାନା ଅଧୀନ ତେଲିପାଳ ଅଞ୍ଚଳରେ ଥିବା ଏକ ୧୧କେଭି ବିଦ୍ୟୁତ ତାର ରେ ଲଟକି ଯାଇଥିଲା।

ତଳେ ବାରକୋର୍ଡ଼ ଲେଖା ଥିବା ଏକ ଟ୍ରାନ୍ସମିଟର ଖସି ପଡ଼ିଥିଲା। ଯାହାକୁ ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏହି ବାରକୋର୍ଡ଼କୁ ସ୍କାନ କଲା ପରେ ତାହା ଲଣ୍ଡନର ବୋଲି ଜଣା ପଡ଼ିଛି। ତେବେ ଗତକାଲି ବାଲେଶ୍ଵରର ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଟ୍ରାନ୍ସମିଟର ବ୍ୟବହୃତ ହୋଇଥିବା ନେଇ ଅନୁମାନ କରାଯାଉଛି। ଖବର ପାଇ ବରହମପୁର ପୁଲିସ ସେଠାରେ ପହଞ୍ଚି ଏସବୁ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି।

 

Comments are closed.