ସିଲିପଦାରେ ମିଶନ‌ଶକ୍ତି ଗୃହ‌ ଉଦଘାଟିତ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସିଲିପଦା ପଞ୍ଚାୟତର ସିଲିପଦା ଗ୍ରାମରେ ନବ ନିର୍ମିତ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ଉଦଘାଟନ କରିଥିଲେ। ଏହି ଗୃହଟି ମହିଳା ମାନଙ୍କ ଆର୍ଥିକ ସମୃଦ୍ଧି ଓ ଏକତା ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ନାଏକ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ମୁଣ୍ଡା, ସମିତି ସଭ୍ୟା ମିନାକ୍ଷୀ ମହାପାତ୍ର, ବରିଷ୍ଠ ବିଜେଡି କର୍ମୀ ଦିଲ୍ଲୀପ ସାହୁ, ପ୍ରସନ୍ନ କୁମାର ରାଜ ପ୍ରମୁଖଙ୍କ ସହ ବ୍ଲକ ମିଶନ ଶକ୍ତି ବିଭାଗର କର୍ମଚାରୀ ଓ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ।

Comments are closed.