ନୀଳଗିରି ବ୍ଲକର ବରହମପୁର ପଞ୍ଚାୟତରେ ଭିଜିଲାନ୍ସ ଚଢାଉ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ପଞ୍ଚାୟତରେ ୧୧ଗୋଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ  ଭିଜିଲାନ୍ସ ଚଢ଼ଉ ହୋଇଛି।

ବରହମପୁର ପଞ୍ଚାୟତର କୈଳାସ ବେହେରା ଘରଠାରୁ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘର ପର୍ଯ୍ୟନ୍ତ ଡ୍ରେନ, କନକ ଦେହୁରୀ ଘରଠାରୁ ପୋଲ ପର୍ଯ୍ୟନ୍ତ ଡ୍ରେନ, ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରୁ ହରିଜନ ବସ୍ତି କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ଜୟନ୍ତ ବେହେରା ଘରଠାରୁ ସୁରେନ୍ଦ୍ର ବେହେରା ଘର ରାସ୍ତା, ଆରଡି ରାସ୍ତାଠାରୁ ଅଁଳାପାଳ ମଢ଼େଇସାହି କଂକ୍ରିଟ ରାସ୍ତା, ରାଜୀବଗାନ୍ଧୀ ସେବାକେନ୍ଦ୍ର ପାଚେରୀ ଓ ଲୁହା ଫାଟକ ନିର୍ମାଣ, ଗୋଦାମ ଗୃହ, ବରହମପୁର ୟୁପି ସ୍କୁଲର ମରାମତି, କୁଅଁର ଭୋଗଦିଆ ଗୌରାଙ୍ଗ ମହାପ୍ରଭୁ ବିଜେଙ୍କ ଗାଧୁଆ ଘାଟ ନିର୍ମାଣ, ଭୁଆସାହି ପୁନ ସିଂ ଘରଠାରୁ ରାମ ମାଝୀ ଘର ପର୍ଯ୍ୟନ୍ତ ଗାର୍ଡ଼ ୱାଲ ନିର୍ମାଣ, ବରହମପୁର ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ବସାଇବା ପ୍ରଭୃତି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ତଥା ଅନିୟମିତା ହୋଇଥିବା ନେଇ ଅଞ୍ଚଳବାସୀ ବାଲେଶ୍ୱର ଭିଜିଲାନ୍ସ ବିଭାଗ ପାଖରେ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଭିଜିଲାନ୍ସ ଅଧିକାରୀମାନେ ଉକ୍ତ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ଓ କାଗଜପତ୍ର ଯାଞ୍ଚ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାଯାଇଛି। ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ବରହମପୁର ପଞ୍ଚାୟତର ପିଇଓ ଶାନ୍ତିଲତା ନାୟକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଭିଜିଲାନ୍ସ ବିଭାଗର ଏହି ଚଢ଼ଉ ଯୋଗୁ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ମଚାରୀଙ୍କଠାରେ ଛନକା ପଶି ଯାଇଛି।

Comments are closed.