ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା: ନିଜଆଡ଼ୁ ହସ୍ତକ୍ଷେପ କଲେ ଓଏଚଆରସି, ହାବିଲଦାର ନିଲମ୍ବିତ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ଥାନା ଅଧିକାରୀ ଦ୍ରୌପଦୀ ଦାସଙ୍କ ଦୁର୍ବ୍ୟବହାର ଓ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଘଟଣାର ଅନୁଧ୍ୟାନ କରି ରିପୋର୍ଟ କରିବାକୁ ପୂର୍ବାଞ୍ଚଳ ଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। କେଉଁ ପରିସ୍ଥିତରେ ସାମ୍ବାଦିକଙ୍କ ଗୋଡ଼ରେ ପେଡ଼ି ପଡ଼ିଲା ସେ ନେଇ ଜଣାଇବାକୁ କହିଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ କରିବାକୁ ମାନବାଧିକାର କମିଶନ ନିର୍ଦେଶ ଦେଇଛନ୍ତି।

ଅପରପକ୍ଷେ ଏହି ଘଟଣାରେ ଶୁକ୍ରବାର ନିଲମ୍ବିତ ହୋଇଛନ୍ତି ସମ୍ପୃକ୍ତ ଥାନା ହାବିଲଦାର ଚିତ୍ତରଞ୍ଜନ ସିଂହ। ହାବିଲଦାରଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ଦ୍ରୌପଦୀ ଦାସ । ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ହାବିଲଦାରଙ୍କ ବିରୋଧରେ । ଯାହାକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

 

 

 

 

Comments are closed.