ଘର ଭାଙ୍ଗିଲା ହାତୀ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ମାନଗଡ଼ ଗାଁରେ ହାତୀ ଆତଙ୍କ । ଗତକାଲି ରାତିରେ ଗାଁରେ ହାତୀ ପଶି ଘର ଭାଙ୍ଗିଛି । ଶ୍ରୀକାନ୍ତ ଦନାକଙ୍କ ଘରେ ସମସ୍ତେ ଶୋଇଥିବା ସମୟରେ କୁଲଡିହା ଅଭୟାରଣ୍ୟରୁ ଏକ ହାତୀ ଆସି ଘର ଭାଙ୍ଗିଥିଲା। ଫଳରେ ପରିବାର ଲୋକ ବାହାରକୁ ଚାଲିଯାଇଥିଲେ । ହାତୀଟି ଘରର କାନ୍ଥ ଓ ଛପର ଭାଙ୍ଗିବା ସହ ଧାନ ଖାଇଥିବା ଜଣାପଡ଼ିଛି । ବିଲରେ ଧାନ ସରିଯିବା ପରେ ଏବେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ଖଳାରେ ସଂରକ୍ଷିତ ଧାନକୁ ଖାଇବା ଲକ୍ଷ୍ୟରେ ଆସି ଧନ ଜୀବନକୁ ବି ନଷ୍ଟ କରୁଥୁବା ଦେଖାଯାଇଛି। ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

Comments are closed.