ମଦ୍ୟପ ଭିଣୋଇର ଉନ୍ମତ୍ତକାଣ୍ଡ, ପନିକିରେ କାଟିଦେଲା ଶଳାର ଯୌନାଙ୍ଗ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଧାରୁଆ ପନିକିରେ ଶଳାର ଯୌନାଙ୍ଗକୁ ଭିଣୋଇ କାଟିଦେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ନୀଳଗିରି ଥାନା ସଜନାଗଡ଼ ପଞ୍ଚାୟତ ଅଧୀନ କୁସୁମିଆଁ ଗାଁର ଗଜେନ୍ଦ୍ର ଖାଲପାଳିଆଙ୍କ ପୁଅ ରାଜୁ ଖାଲପାଳିଆ(୨୫) ନିକଟସ୍ଥ ବନ୍ଧସାହି ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସୋମବାର ରାତି ପ୍ରାୟ ୯ଟାରେ ସେ ସମ୍ପର୍କୀୟଙ୍କ ଘରେ ବସିଥିବା ସମୟରେ ତାଙ୍କ ଭିଣୋଇ କହ୍ନେଇ ରଣସିଆ (୪୦) ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚିବା ପରେ ଶ୍ୱଶୁର ଘର ଲୋକଙ୍କୁ ଭିକାରୀ ବୋଲି ସମ୍ବୋଧିତ କରିଥିଲେ। ଏହି କଥାକୁ ନେଇ ଉଭୟ ଶଳା ଭିଣୋଇଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇ ମାରପିଟ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଭିଣୋଇ କହ୍ନେଇ ଏକ ଧାରୁଆ ପନିକିରେ ଶଳାର ଯୌନାଙ୍ଗକୁ କାଟି ଦେବା ସହ ତାଙ୍କ ବାଇକକୁ ମଧ୍ୟ ଭାଙ୍ଗି ଚୁରମାର କରି ଦେଇଥିଲେ। ଚିତ୍କାର ଶୁଣି ସ୍ଥାନୀୟଲୋକେ ସେଠାରେ ପହଞ୍ଚି ରାଜୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବରପାଇ ନୀଳଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.