କାଳ ହେଲା ଭୋଜିଖିଆ: ଝାଡ଼ାବାନ୍ତିରେ ୩୦ଗୁରୁତର, ୪୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବ୍ଲକର ଦୁଇଟି ଗାଁରେ ୭୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ହୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି। ବ୍ଲକର ବେଗୁନିଆ ପଞ୍ଚାୟତ ଅଧୀନ ତୋଟାପଡ଼ା ଗ୍ରାମର ସୁଦାମ ପ୍ରଧାନଙ୍କ ଘରେ ଭୋଜି ଖାଇ ତୋଟାପଡା ଓ ସଂଶାପାଳ ଗାଁ ଲୋକେ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ରୁ ଅଧିକ ଶିଶୁ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ରୋଗୀ ମାନେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଖୁଲଣା ସାସମଲ (୬୦) ନାମକ ଜଣେ ମହିଳା ଗୁରୁତର ହୋଇ ବାଲେଶ୍ଵର ସ୍ଥାନାନ୍ତର ହୋଇଛନ୍ତି।

ତେବେ ନୀଳଗିରି ମେଡିକାଲ ରେ ଅବ୍ୟବସ୍ଥା ସହ ଡାକ୍ତର ଅଭାବ ସହ ଡାକ୍ତରଖାନାରେ ଥିବା ଡାକ୍ତର ମେଡିକାଲରେ ରହୁନଥିବା ଯୋଗୁଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅଭିଯୋଗ ଆଣିଥିଲେ। ମେଡ଼ିକାଲରେ କେହିବି ଜଣେ ଡାକ୍ତର ରହୁନଥିବାରୁ ଏଠାରେ ସ୍ୱାସ୍ଥ୍ୟ ସେବା ବିଗିଡି ଚାଲିଛି। ସେପଟେ ବାଲେଶ୍ଵର ଜିଲାପାଳଙ୍କ ନିର୍ଦେଶ ପାଇ ଏକ ମେଡ଼ିକାଲ ଟିମ ଉପରୋକ୍ତ ଗାଁରେ ରବିବାର ସକାଳେ ପହଞ୍ଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପଚାରି ପ୍ରତିକାର କରୁଥିବା ଜଣା ଯାଇଛି।

Comments are closed.