ନୀଳଗିରିରେ ପହଞ୍ଚିଲେ ପଙ୍ଗପାଳ !

ନୀଳଗିରି: ଓଡ଼ିଶାକୁ ପଙ୍ଗପାଳ ପ୍ରବେଶ ଭୟ ରହିଛି। ଦେଶରେ ଗୋଟିଏ ପରେ ଗୋଟିଏ ବିପତ୍ତି ମାଡି ଆସୁଥିବା ବେଳେ କିଛି ଦିନ ଆଗରୁ ଚର୍ଚ୍ଚାର ବିଷୟ ପାଲଟି ଥିବା ପଙ୍ଗପାଳ ପୋକ ବାଲେଶ୍ବର ଜିଲାର ନୀଳଗିରି ଅଞ୍ଚଳରେ ପଶି ଯାଇଥିବା ଚର୍ଚ୍ଚା ହେଉଛି। ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତର ବଉଳଗଡ଼ିଆ ଗ୍ରାମରେ ଏକ ଅଜବ ପ୍ରଜାତିର କୀଟ ଦେଖିବାକୁ ମିଳିଛି। ଏହି ପୋକ ଗୁଡିକ ଗଛର ପତ୍ର ଗୁଡିକୁ ଖାଇ ସଫା କରିଦେଇଛନ୍ତି।

ତେବେ ସାଧାରଣ ଲୋକ ଏପରି ପରିସ୍ଥିତି ଦେଖି ଭୟଭିତ ଅବସ୍ଥାରେ ଅଛନ୍ତି। ପାହାଡ଼ ନିକଟରେ ଥିବା ସମସ୍ତ ଗଛରେ ସହସ୍ରାଧିକ ସଂଖ୍ୟାରେ ଲାଗିରହି ପତ୍ର ଖାଇ ସଫା କରିଦେଉଛନ୍ତି। ଏପଟେ ଗ୍ରାମବାସୀ ଭୟରେ ଥିବାବେଳେ କୃଷି ବିଭାଗ କହିଛି ଯେ, ଭୟ କରିବାର ନାହିଁ ଗାଁକୁ ଆସିଲେ ଏମାନଙ୍କ ପ୍ରତି ପଦକ୍ଷପ ନିଆଯିବ ଏବଂ ଏହା ପଙ୍ଗପାଳ ନୁହେଁ ବରଂ ଏକ ପ୍ରକାର ଝିଣ୍ଟିକା ।

 

Comments are closed.