ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ନରସିଂହପୁର ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ନରସିଂହପୁର ଗାଁର ପ୍ରତାପ ଚନ୍ଦ୍ର ଖଟୁଆଙ୍କ ସ୍ତ୍ରୀ କବିତା(୨୬) ଘରେ ଥିବା ସମୟରେ ସେହି ଅଞ୍ଚଳ ଓ ପାଖ ଗାଁର ତପନ ଦାସ, ତୋଫାନ ଦାସ, ମୁନ୍ନା ଦାସ, ହରିଶଙ୍କର ନାୟକ, ଶତିନ ପ୍ରଧାନ, ରତି ସେଠୀ, ଅନନ୍ତ ଦାସ ପ୍ରମୁଖ ତାଙ୍କୁ ଅଶ୍ଳୀଳ ଦୁର୍ବ୍ୟବହାର କରି ତାଙ୍କ ସ୍ୱାମୀ କୁଆଡ଼େ ଗଲେ ବୋଲି ପଚାରିଥିଲେ। ଏଥିରେ ମହିଳା ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ସୁନାଗହଣା ଛିଣ୍ଡାଇ ନେଇ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳା ଜଣକ ନୀଳଗିରି ଥାନାରେ ଦ୍ୱାରସ୍ଥ ହେବା ପରେ ପୁଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି।

Comments are closed.