ଫାର୍ମ ହାଉସରେ ନିଆଁ ଲାଗି ଶହେରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ

ନୀଳଗିରି : ବାଲେଶ୍ବର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସରେ ମଙ୍ଗଳବାର ନିଆଁ ଲାଗି ଶହେରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆକ୍ରୋଶ ମୂଳକ ଭାବେ କେହି ଦୁର୍ବୁତ୍ତ ନିଆଁ ଲଗାଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ନୀଳଗିରି ଥାନା କାଣ୍ଡଗରଡି ପଞ୍ଚାୟତ ଅଧୀନ ସିକିଡ଼ିଆ ଗାଁରେ ବେଣୁଧର ଗେଡ଼ି ନାମକ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ନିଆଁ ଲାଗି ଶହେରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। କେହି ଦୁର୍ବୁତ୍ତ ଆକ୍ରୋଶ ମୂଳକ ଭାବେ ନିଆଁ ଲଗାଇ ଥିବା ବେଣୁଧର ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପରେ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.