ଭିନ୍ନକ୍ଷମ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ

ନୀଳଗିରି : ବାଲେଶ୍ବର ଜିଲା ନୀଳଗିରି ଥାନା ଅଞ୍ଚଳର ବୁଧବାର ଅମାନବୀୟ ଘଟଣା ଘଟିଛି। ଜଣେ ଆଦିବାସୀ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘରେ କେହି ନ ଥିବା ବେଳେ ପଡ଼ୋଶୀ ଯୁବକ ବୁଦ୍ଧିଆ ସିଂ ଦୁଷ୍କର୍ମ କରିଥିବାର ନାବାଳିକାର ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ପୀଡିତାଙ୍କ ମାଆ ପାଖ ସ୍କୁଲରେ ରୋଷେଇ କରିବାକୁ ଯାଇଥିବା ବେଳେ ବାପା କରମା ପର୍ବକୁ ଯାଇଥିଲେ। ଏହାର ସୁଯୋଗ ନେଇ ବୁଦ୍ଧିଆ ଦୁଷ୍କର୍ମ କରିଥିବା ଭିନ୍ନକ୍ଷମ ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ନୀଳଗିରି  ଥାନାଧିକାରୀଣି ମିନତୀ ବିଶ୍ୱାଳ ତଦନ୍ତ କରି ସଂପୃକ୍ତ ଯୁବକକୁ ଗିରଫ କରାଯାଇଛି।

 

Comments are closed.