ନୀଳଗିରିରେ ସତ୍ୟବ୍ରତ କବାଟ ଯୁକ୍ତ ଦୁଇ ବିଜ୍ଞାନ ଟପ୍ପର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଅଧୀନ ଜାମୁନା ଗାଁର ସୁଦର୍ଶନ କବାଟ ଓ ସରସ୍ୱତୀ କବାଟଙ୍କ ପୁଅ ସତ୍ୟବ୍ରତ ସତ୍ୟବ୍ରତ ଯୁକ୍ତଦୁଇ ବିଜ୍ଞାନରେ ଟପ୍ପର ହୋଇଛନ୍ତି । ସେ ନୀଳଗିରି କଲେଜରେ ଅଧ୍ୟୟନ କରୁଥିବା ବେଳେ ସ୍ଥାନୀୟ କ୍ରିଏଟିଭ ଟ୍ୟୁଟୋରିଆଲର ସହଯୋଗରେ ମୋଟ ୫୨୦ନମ୍ବର ରଖିଛନ୍ତି । ଉକ୍ତ ଟ୍ୟୁଟୋରିଆଲର ସତ୍ତ୍ୱାଧିକାରୀ ତାପସ ପରିଡ଼ାଙ୍କ ଅକୁଣ୍ଠ ସହଯୋଗ ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇଛି ବୋଲି ଛାତ୍ର ଜଣକ ଜଣାଇଛନ୍ତି । ଭବିଷ୍ୟତରେ ସେ ଜଣେ ପ୍ରାଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବା ସହ ସମାଜ ପରିବର୍ତ୍ତନରେ ସହାୟକ ହେବେ ବୋଲି କହିଛନ୍ତି । ତେବେ ଛାତ୍ରଙ୍କ ବାପା ଜଣେ ଦିନମଜୁରିଆ ବୋଲି ସୂଚନା ମିଳିଛି ।

Comments are closed.