ନୀଳଗିରି ମିତ୍ରପୁର ବଜାରରେ ବୁଲୁଛି ଝାଡ଼ଖଣ୍ଡି ଦନ୍ତା

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ମିତ୍ରପୁର ବଜାରରେ ଏକ ଝାଡ଼ଖଣ୍ଡି ଦନ୍ତା ବୁଲୁଥିବା ଦେଖଯାଇଛି। ଏହି ହାତୀଟି ଝାଡ଼ଖଣ୍ଡର ଦଲମା ଅଭୟାରଣ୍ୟରୁ ଖସି ଆସି ନୀଳଗିରିର ତିନିକୋଶିଆ ଜଙ୍ଗଲରେ ରହୁଥିଲା। ଏବେ ଖାଦ୍ୟ ଅନ୍ଵେଷଣରେ ସେ ଗାଁ ଗଣ୍ଡାରେ ବିଚରଣ କରୁଥିବା ବେଳେ ଆଜି ରେମୁଣାରୁ ମିତ୍ରପୁର ବଜାର ପରିକ୍ରମା କରିଛି। ହାତୀକୁ ଦେଖି ହଜାର ହଜାର ଲୋକ ତା ପଛେ ପଛେ ଚାଲି ମୋବାଇଲ୍ ରେ ଫଟୋ ଉତ୍ତୋଳନ କରୁଛନ୍ତି। ନୀଳଗିରି ବନ କର୍ମଚାରୀ ମାନେ ଏଠାରେ ମୁତୟନ ଥିଲେ ହେଁ ଏତେ ଜନ ଗହଳି ଦେଖି ବନ ବିଭାଗ ଚିନ୍ତାରେ ପଡ଼ି ଯାଇଛି। ତେବେ ହାତୀକୁ ଝାଡ଼ଖଣ୍ଡ ଘଉଡ଼ାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.