ବିରିୟାନୀ ପାଇଁ ଜୀବନ ହାରିଲେ ନାବାଳକ

ନୀଳଗିରି : ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିରିୟାନୀ ପାଇଁ ନାବାଳକ ଜଣକ ନିଜ ଜୀବନ ହାରିବା ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ନୀଳଗିରି ଥାନା ଗୋବିନ୍ଦପୁର ଗ୍ରାମର ମନୋରଞ୍ଜନ ମହାର୍ଣ୍ଣାଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥୁବା ପୁଅ (୧୩) ବିରିୟାନୀ ପ୍ଲେଟ ଆଣିବାକୁ ଦୁଇଦିନ ହେବ ଅଳି କରିଥିଲେ। ବାପା ୱାର୍ଡସଭ୍ୟ ପାର୍ଥି ହୋଇଥିବା ଯୋଗୁ ନିର୍ବାଚନ ବ୍ୟସ୍ତରେ ରହି ବିରିୟାନୀ କିଣି ପାରି ନଥିଲେ। ମନୋରଞ୍ଜନ ଏକ କମ୍ପାନୀରେ ସିକ୍ୟୁରୁଟି କାର୍ଯ୍ୟରେ ବ୍ୟସ୍ତ ଥିଲେ ।  ମାତ୍ର ଗତକାଲି ତାଙ୍କ ପୁଅ ବିରିୟାନୀ ପାଇଁ ଅଧିକ ଜିଦ୍‍ ଧରିଥିବା ବେଳେ
ପୁଅ ଆଜି ଏକ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରିଦେଇଛି। ତାକୁ ପ୍ରଥମେ ଖନ୍ତାପଡା ମେଡିକାଲ ନିଆଯାଇଥିଲା । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ବାଲେଶ୍ଵର ମେଡିକାଲରେ ବ୍ୟବଚ୍ଛେଦ କରାଯାଇଛି। ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

Comments are closed.