ବନ୍ଧୁକ ମୁନରେ ଲୁଟିନେଲେ ଅଢେଇ ଲକ୍ଷ

ନୀଳଗିରି :  ବାଲେଶ୍ବର ଜିଲା ନୀଳଗିରି ଥାନା ଅଧୀନ ମିରିଗିଣି ନିକଟରେ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଆଜି ଟଣକା ଗାଁର ଶ୍ରୀକାନ୍ତ ମଲ୍ଲିକ ଏକ ପାୱାର ଟିଲର କିଣିବାକୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଧରି ପଞ୍ଚଲିଙ୍ଗେଶ୍ୱର- ନୀଳଗିରି ରାସ୍ତାରେ ଯାଉଥିଲେ। ମିରିଗିଣି ରାସ୍ତା ନିକଟରେ ଗୋଟିଏ ବାଇକରେ ତିନିଜଣ ଦୁର୍ବୁତ୍ତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଶ୍ରୀକାନ୍ତଙ୍କ ଜାମା ଭିତରେ ଲୁଚାଇ ରଖିଥିବା ଟଙ୍କାକୁ ଝାମ୍ପି ନେବା ସହ ତାଙ୍କ ମୋବାଇଲ ଫିଙ୍ଗି ବାଇକ ଚାବି ଖୋଲି ନେଇଥିଲେ। ଲୁଟର ଶିକାର ହୋଇଥିବା ଯୁବକ ଅନ୍ୟ ଲୋକଙ୍କ ସହଯୋଗରେ ଦୁର୍ବୁତ୍ତଙ୍କ ପିଛା କରି ବିଫଳ ହୋଇଥିଲେ। ସୂଚନା ଯେ, କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀ ଏମିତି ଏକ ଲୁଟ ର ଶିକାର ହୋଇଥିଲେ ହେଁ ଏଯାବତ ନୀଳଗିରି ପୁଲିସ ସମ୍ପୃକ୍ତ ଲୁଟିଆଙ୍କ ପତ୍ତା ପାଇ ପାରିନି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.