ନୀଳକନ୍ଦରରେ ବିଜେ କଲେ ନୀଳମଣି, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ କଲେ ମାନଭଞ୍ଜନ

0

ପୁରୀ: ବୁଧିବାରରେ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରତ୍ନ ସିଂହାସନରେ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଦିନରେ ସିଂହଦ୍ୱାର ନିକଟରେ ରଥା ରୂଢ ଶ୍ରୀଜୀଉମାନଙ୍କୁ ଭକ୍ତମାନେ  ରସଗୋଲା ଭୋଗ ଦେଇଥିଲେ । ବୁଧବାର ସକାଳ ୬ଟା ୨୦ରେ ରଥ ଉପରେ ଶ୍ରୀଜୀଉମାନଙ୍କର ମଙ୍ଗଳା ଆଳତୀ କରାଯାଇଥିଲା।

ସକାଳ ୭ଟା ୫୫ରେ ଅବକାଶ ନୀତି ଶେଷ ହୋଇଥିଲା । ସକାଳ ୯ଟା ୫ରେ ଗୋପାଳ ବଲ୍ଲଭ, ୯ଟା ୨୦ରେ ସକାଳ ଧୂପ ଆରମ୍ଭ ହୋଇ ୧୦ଟା ୩୦ରେ ଶେଷ ହୋଇଥିଲା । ଦିନ ୧୨ଟା ୫୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ଧୂପ ନୀତି ଦିନ ଗୋଟାଏ ୫୫ ସମୟରେ ଅନୁଷ୍ଠିତ ହୋଇଥିଲା । ଏହାପରେ ରଥରେ ଚାରମାଳ ବନ୍ଧା ଯାଇଥିଲା । ଅପରାହ୍ନରେ ସିଂହାସନ ମାଜଣା କରାଯାଇଥିଲା ।ଏହା ପରେ  ଅପରାହ୍ନ ୫ଟାରୁ ୫ଟା ୧୦ ମଧ୍ୟରେ ପୁଷ୍ପାଞ୍ଜଳୀ  , ପୁଷ୍ପାଞ୍ଜଳୀ ପରେ ୫ଟା ୧୦ରେ ମଦନ ମୋହନ ବିଜେ,୫ଟା ୩୮ ସମୟରେ ସୁଦର୍ଶନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା ।

ଗୋଟି ପହଣ୍ଡିରେ ଶ୍ରୀଜୀଉମାନେ ବିଜେ କରିଥିଲେ । ସନ୍ଧ୍ୟା ୬ଟା ୫ରେ ମହାପ୍ରଭୁ ବଳଭଦ୍ର ଓ ରାତି ୭ଟା ୫୦ରେ ମା’ ସୁଭଦ୍ରାଙ୍କର ପହଣ୍ଡି ବିଜେ ହୋଇଥିଲା । ରାତି ପ୍ରାୟ ୯ଟା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କର   ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ସିଂହଦ୍ୱାର ନିକଟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ପ୍ରଦାନ କରି ମହାପ୍ରଭୁ ମାନଭ଼ଞ୍ଜନ କରିଥିଲେ । ନୀଳାଦ୍ରୀ ବିଜେ କରିଛନ୍ତି ଶ୍ରୀଜୀଉ ।

Leave A Reply