ଟେଲି ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ମୃତ୍ୟୁ

0

ଭୁବନେଶ୍ୱର: ଶନିବାର ଓଡ଼ିଆ ଆଲବମ୍, ଧାରାବାହିକ ଓ ଚଳଚ୍ଚିତ୍ର ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ପରଲୋକ ହୋଇଛି । କଟକସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୌଣସି କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିବା କାରଣରୁ ଏକ ଘରୋଇ ମେଡିକାଲ​‌ରେ ସେ ଚିକିତ୍ସାଧୀନ ଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହେବ । ନିକିତାଙ୍କ ମୃତ୍ୟୁ ଖବର ଓଲିଉଡରେ ଶୋକ ଛାୟା ଖେଳି ଯାଇଛି । ଏହି ଖବର ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ସ୍ତବ୍ଧ କରି ଦେଇଛି ।

ଅନେକ ଓଡିଆ ଆଲବମ ଓ ଧାରାବାହିକରେ ନିକିତା ଅଭିନୟ କରିଛନ୍ତି । ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମିତ ବସିଛି ମୁଁ ଭୂତ ସାଥୀରେ’, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଚୋରି ଚୋରି’, ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମଥାରେ ଦେଇ ପାଟ ଓଢ଼ଣୀ’ , ନିଶିକାନ୍ତ ଦଳ ବେହେରାଙ୍କ ନିର୍ଦେଶିତ ‘ମୁଁ’ ଏବଂ ସୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ଆଦି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ତାଙ୍କ ଅଭିନୀତ ଶେଷ ସିନେମା ଥିଲା ‘ଗୁଣ୍ଡା’ । ଏହା ପରେ ଓଡ଼ିଆ ଧାରାବାହିକ ‘ଏସ୍‌ସିପି ନିକିତା’ ଜରିଆରେ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିପରି ‘ତପସ୍ୟା’ ଧାରାବାହିକରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ସେ ଗତ ଦୁଇ ବର୍ଷ ପୂର୍ବେ ଅଭିନେତା ଲିପନ୍‌ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଶିଶୁପୁତ୍ର ରହିଛି ।

Leave A Reply