ନିକାହ-ହଲାଲା ନାମରେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ

0

ଲକ୍ଷ୍ମୌ:  ନିକାହ ହଲଲା ନାମରେ ଜଣେ ମହିଳାଙ୍କୁ  ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶର ରାମପୁରର ଜଣେ ମହିଳାଙ୍କୁ ୪ ଜଣ ବଳାତ୍କାର କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତାଙ୍କର ସ୍ୱାମୀ ଆଉ ଜଣଙ୍କୁ ବିବାହ କରିବା ପାଇଁ ତାଙ୍କୁ  ତିନ ତଲାକ ଦେଇଥିଲେ । ମାତ୍ର ପୁଣି ଥରେ ତାଙ୍କୁ ବିବାହ କରିବା ପାଇଁ ନିକାହ ହଲାଲର ଆବଶ୍ୟକତା ଥିଲା । ଏହି ଆଳରେ ୪ ଜଣ ତାଙ୍କୁ ବଳାତ୍କାର କରିଥିବା ଥାନାରେ ମାମଲା ରୁଜୁ ହୋଇଛି ।

ଏହି ଘଟଣାରେ ସମ୍ପୃକ୍ତ ୯ ଜଣଙ୍କ ନାମରେ ପୁଲିସ ମାମଲା ରୁଜ କରି ତଦନ୍ତ ଆରମ୍ଭ  କରିଛି । ବଳାତ୍କାରରେ ମହିଳାଙ୍କ ଶ୍ୱଶୁର ଓ ତାଙ୍କ ସ୍ୱାମୀଙ୍କ ଭାଇ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ପୁଲିସରେ ଅଭିଯୋଗ କଲେ ତାଙ୍କୁ ବାସନ୍ଦ କରାଯିବା ବୋଲି ସେମାନେ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

Leave A Reply