ଟ୍ବିନ୍ ସିଟିରେ ମେ ୩୧ ଯାଏଁ ବଳବତ୍ତର ରହିବ ୧୨ ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହେବା ପରେ ଏବେ ସମଗ୍ର ଦେଶ ତଥା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଲକ ଡାଉନ କୁ ବି କୋହଳ କରାଯାଇଛି । ମାତ୍ର ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ ପୁର୍ବ ଭଳି ବଳବତ୍ତର ରଖାଯାଇଛି । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ଏହାକୁ କଡାକଡି ପାଳନ କରାଯିବ ବୋଲି ସୂଚନା ମିଳିଛି । ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଅଣଜରୁରୀ କାମରେ ଘରୁ ବାହାରିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ତେବେ ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରରେ କଟକଣା କୋହଳ କରାଯାଇଛି । ଏହି କଟକଣା ଆସନ୍ତା ମେ ୩୧ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Comments are closed.