ରଜ ପର୍ବ ପାଇଁ ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ କୋହଳ

ଭୁବନେଶ୍ଵର : ରଜ ପର୍ବକୁ ଦୃଷ୍ଟିରେ ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଆଗକୁ ଓଡିଶାର ପ୍ରମୁଖ ପର୍ବ ରଜ ଆସୁଛି ।  ସେଥିପାଇଁ ସମସ୍ତଙ୍କୁ ରଜ ପର୍ବର ପୂର୍ବ ପ୍ରସ୍ତୁତି କରିବା ପାଇଁ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । କେବଳ ଶୁକ୍ରବାର ଦିନ ଅର୍ଥାତ ୧୨ ତାରିଖ ଦିନ ଏହାକୁ କୋହଳ କରାଯାଇଛି ।  ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ ରାତ୍ରିକାଳିନ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ଜାରି କରାଯାଇଛି । ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ନେଇ ଏସଆରସି ସୂଚନା ପ୍ରଦାନ କରିଛନ୍ତି ।

 

Comments are closed.