ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ, ପ୍ରତି ଶନିବାର ଓ ରବିବାର ହେବ ଲକ୍‌ଡାଉନ୍‌

ମୁମ୍ବାଇ: ଦିନକୁ ଦିନ କରୋନ ସଂକ୍ରମଣ ହାର ଆଶାତୀତ ଭାବେ ବୃଦ୍ଧିପାଉଥିବାରୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଣିକି ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ ଏବଂ ସାପ୍ତାହନ୍ତ ଲକ୍‌ଡାଉନ୍‌ କରାଯିବ ବୋଲି କୁହାଯାଇଛି।


ମହାରାଷ୍ଟ୍ରରେ ଜାରି କରାଯାଇଥିବା ନାଇଟ୍‌ କର୍ଫ୍ୟୁ ପାଇଁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯିବ। ପ୍ରତି ଶନିବାର ଓ ରବିବାର ଲକ୍‌ଡାଉନ୍‌ ରହିବ ବୋଲି କରୋନା ସଂକ୍ରମଣ ବୃଦ୍ଧି ପରେ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ନାଇଟ୍‌ କର୍ଫ୍ୟୁବେଳେ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ଦିଆଯାଇଛି। ସେହିପରି ଲୋକଙ୍କୁ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ଆଣିବାକୁ ଅନୁମତି ମିଳିବ। ଏବେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ମହାରାଷ୍ଟ୍ର ସରକାର ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ରରେ ସରକାରଙ୍କ ପକ୍ଷରୁ ହୋଟେଲ୍‌, ମଲ୍‌, ସିନେମାହଲ୍‌, ରେଷ୍ଟୁରାଣ୍ଟ, ଗାର୍ଡେନ୍‌ ଓ ଖେଳପଡ଼ିଆ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। କଟକଣା ଭିତରେ ଲୋକାଲ୍‌ ଟ୍ରେନ୍‌ ଓ ପବ୍ଲିକ ଟ୍ରାନ୍ସପୋର୍ଟ ଚାଲିବାକୁ ଥିବାବେଳେ ୫୦% ଯାତ୍ରୀଙ୍କୁ ନେଇ ଅଟୋ, ଟ୍ୟାକ୍ସି ଓ ବସ୍ ଚାଲିପାରିବ ବୋଲି କୁହାଯାଇଛି।

Comments are closed.