ରାଜ୍ୟର ୧୦ ଜିଲାରେ ଆଜିଠାରୁ ‘ନାଇଟ କର୍ଫ୍ୟୁ’

ରାତି ୧୦ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ବଳବତତ୍ତର ରହିବ।

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ  କରୋନା ସଂକ୍ରମଣ ବଢ଼ିବାରେ ଚାଲିଛି। କୋଭିଡ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପୁନର୍ବାର ନାଇଟ କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ। ରାଜ୍ୟର ୧୦ ଜିଲାରେ ପୁଣିଥରେ ‘ନାଇଟ କର୍ଫ୍ୟୁ’ ଲାଗୁ କରିବାକୁ ନିର୍ଦେଶ ଜାରି କରାଯାଇଛି। ଏହି ସମୟରେ ଜରୁରୀକାଳିନ ସେବା ସାଙ୍ଗକୁ ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ ବୋଲି କୁହାଯାଇଛି।
ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲାରେ ‘ନାଇଟ୍‌ କର୍ଫ୍ୟୁ’ ଲାଗୁ କରାଯିବ। ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ନିକଟବର୍ତ୍ତୀ ଜିଲାରେ କର୍ଫ୍ୟୁ ଲଗାଯାଇଛି। ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି। ଫଳରେ ସୀମାନ୍ତବର୍ତ୍ତୀ ଜିଲା ଗୁଡିକରେ ‘ନାଇଟ କର୍ଫ୍ୟୁ’ ଲାଗୁ କରାଯିବ।

ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ ରାଜ୍ୟର ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲାରେ ଜାରି  ନାଇଟ୍‌ କର୍ଫ୍ୟୁ ଜାରି କରାଯିବ। ରାତି ୧୦ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ବଳବତତ୍ତର ରହିବ। ନାଇଟ୍‌ କର୍ଫ୍ୟୁ ସମୟରେ ସାଧାରଣରେ ବୁଲାବୁଲି ଏବଂ ସାଧାରଣ ଲୋକଙ୍କ ଚଳ ପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି। ଅପରପକ୍ଷରେ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ। ତେବେ ଜିଲା ଓ ମ୍ୟୁନିସପାଲ କର୍ମଚାରୀ, ପୁଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ କରାଯାଇଛି। ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.