ନାଇଜେରିଆ ତେଲ ପାଇପ ବିସ୍ଫୋରଣରେ ୫୦ଜଣ ନିଖୋଜ

0

ନୂଆଦିଲ୍ଲୀ: ନାଇଜେରିଆର ଏକ ତେଲ ପାଇପ ଲିକ ହେବା ପରେ ବିସ୍ଫୋରଣ ଘଟି ପ୍ରାୟ ୫୦ ଜଣ ନିଖୋଜ ହେବା ସହ ଦଳାଚକଟା ଘଟିଛି। ନେମ୍ବି ପରିଷଦ ମୁଖପାତ୍ର କହିଛନ୍ତି ଯେ ଲିକ ହୋଇଥିବା ସ୍ଥାନରୁ ବହୁ ମାତ୍ରାରେ ତେଲ ନିର୍ଗତ ହେବା ସହ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ଖବର ମିଳିଛି। ତେଲ ଚୋରି ପାଇଁ ଏଭଳି ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ।

Leave A Reply