ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ୨୯ତମ ବାର୍ଷିକ ସମାରୋହ

ବାଙ୍କୀ : ବାଙ୍କୀ କଲେଜ ରୋଡ୍ ସ୍ଥିତ ନିଗମାନନ୍ଦ ସରସ୍ୱତୀ ଆଶ୍ରମ ପରିସରରେ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୨୯ତମ ବାର୍ଷିକ ଉତ୍ସବ ତଥା ଆଧ୍ୟାତ୍ମିକ ସମାରୋହ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ନବବର୍ଷ ୨୦୨୨ର ଦ୍ୱିତୀୟ ଦିନରେ ଆଧ୍ୟାତ୍ମିକ ପରିସରରେ ବାର୍ଷିକ ଉତ୍ସବରେ ଅଂଚଳର ବହୁ ଭକ୍ତ ତଥା ଗୁରୁ ଭାଇଙ୍କର ସମାଗମ ହୋଇ ବର୍ଷର ଶୁଭ କାମନା ଆହ୍ୱାନ କରାଯାଇଛି।

ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଆଶ୍ରମ ସଭାପତି ଭୀକାରୀ ଚରଣ ବେହେରା, ପୂର୍ବତନ ସଭାପତି ହରିହର ସ୍ୱାଇଁ, ସମ୍ପାଦକ ଯାମିନୀକାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଧରଣୀଧର ରଣା, ଟଙ୍କଧର ଭାଇ, ପ୍ରଫୁଲ୍ଲ ପାତ୍ର, ରବିନ୍ଦ୍ର ଚନ୍ଦ୍ର ଦାସ, ହୃଷିକେଶ ନାୟକ, ଗୋଲଖ ବିହାରୀ ପଣ୍ଡା,ବସନ୍ତ କୁମାର ରାଉତ, ଘନଶ୍ୟାମ ମହାପାତ୍ର, ଗୁଣ୍ଠ ଜେଠୀ, ବିରଞ୍ଚିନାରାୟଣ ତୋଷ, ସୈାରଭ ନାୟକ, ନାରାୟଣ ଦାସ, ଅଖିଳ ବୀରବର ହରିଚନ୍ଦନ, ଜୟକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଆଲୋଚନା ଅଂଶଗ୍ରହଣ କରି ନିଗମାନନ୍ଦଙ୍କର ବାଣୀ ପ୍ରଚାର କରି ସାମାଜିକ ସୁସ୍ଥ ପରିବେଶ ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରାରମ୍ଭରୁ ପୂଜା ଅର୍ଚ୍ଚନା, ସଂଗୀତ ଓ ପ୍ରାର୍ଥନା ସଭା ପରେ ବାର୍ଷିକ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Comments are closed.