ବିଶ୍ଵ ହିନ୍ଦୁପରିଷଦ ପକ୍ଷରୁ ନିଧି ସଂଗ୍ରହ ଅଭିଯାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା, ସାନଜାମୁପଶି, ବାଂଶଡିହା ଓ ଡିମିରିଡିହା ଗ୍ରାମରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଜେପି ପାଟଣା ମଣ୍ଡଳ ସଭାପତି ଅଭୟ କୁମାର ବେହେରାଙ୍କ ସଂଯୋଜନାରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ସର୍ବଶ୍ରୀ ଡମ୍ବୁରୁଧର ମହାନ୍ତ, ହରିଶ୍ଚନ୍ଦ୍ର ମହାନ୍ତ, ଗୋପାଳ ବେହେରା ,ପୂର୍ଣ୍ଣଚନ୍ଦ୍ର ବାରିକ, ଭିକାରୀ ମହାନ୍ତ , ଋଷିିନାଥ ମହାନ୍ତ ପ୍ରମୁଖ ନିଧି ସଂଗ୍ରହ ଅଭିଯାନରେ ଗ୍ରାମରୁ ଗ୍ରାମକୁ ବୁଲି ନିଧି ସଂଗ୍ରହ କରୁଥିବା ଦେଖାଯାଉଛି।

Comments are closed.