ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଏରେଣ୍ଡେଇରେ ନିଧି ସଂଗ୍ରହ ଅଭିଯାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ଥାନୀୟ ଶିବ ମନ୍ଦିରରୁ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏରେଣ୍ଡେଇ ପଞ୍ଚାୟତର ବିଜେପି ସଭାପତି ଲଳିତ ମୋହନ ଗିରି, ପାଟଣା ମଣ୍ଡଳ ସଭାପତି ଅଭୟ ବେହେରା, ସହଦେବ ପାତ୍ର, ରମାକାନ୍ତ ପ୍ରଧାନ, ନରେନ୍ଦ୍ର ମହାନ୍ତ, ଆଶୀର୍ବାଦ ମହାନ୍ତ, ଲୋକନାଥ ଦାସ, ରାଧା ମହାରଣା ତଥା ଅନେକ ବିଜେପି କର୍ମୀ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ। ସେମାନେ ଘରକୁ ଘର ଯାଇ ନିଧି ସଂଗ୍ରହ କରୁଛନ୍ତି।

Comments are closed.