ଗିରଫଦାରିକୁ ବିରୋଧ, ଥାନା ପରିସରରେ ବିଷ ପିଇ ହାରିଲେ ଜୀବନ

ଭୁବନେଶ୍ବର: ନିଆଳି ଥାନା ପରିସରରେ ବିଷ ପିଇ ଦେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅଶୋକ ଦାସ ଏବଂ ତାଙ୍କ ଘର ନିଆଳି ବଜାରରେ ବୋଲି ଜଣାପଡ଼ିଛି। ଥାନା ପରିସରରେ ଜଣେ ବ୍ୟକ୍ତି ବିଷ ପିଇ ଜୀବନ ହାରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
କିଛିଦିନ ତଳେ ଅଶୋକଙ୍କୁ ନିଆଳି ପୁଲିସ ଗିରଫ କରିଥିଲା। ଚୋରାମଦ କାରବାର ଅଭିଯୋଗରେ ଅଶୋକଙ୍କୁ ନିଆରି ପୁଲିସ ଗିରଫ କରି ଜେଲ ପଠାଇ ଦେଇଥିଲା। ୧୨ଦିନ ଜେଲ୍‌ରେ ରହିବା ପରେ ବୁଧବାର ଅଶୋକଙ୍କୁ ଜାମିନ ମଞ୍ଜୁର ହୋଇଥିଲା। ଏହାପରେ ଅଶୋକ ଜାମିନରେ ମୁକୁଳିଥିଲେ। ଗତ ରବିବାରକୁ ଯାଇ ବିଷ ପିଇ ଦେଇଥିଲେ ଅଶୋକ। ଗିରଫଦାରିକୁ ବିରୋଧ କରି ଥାନା ପରିସରରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ୍‌ରେ ତାଙ୍କର ମୃତ୍ୟୁ ହୋଇଛି।

Comments are closed.