ଉଦୟପୁର ଘଟଣାର ଏନଆଇଏ ତଦନ୍ତ ପାଇଁ ନିର୍ଦେଶ

ନୂଆଦିଲ୍ଲୀ :  କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜସ୍ଥାନର ଉଦୟପୁର ଠାରେ କହ୍ନେୟା ଲାଲଙ୍କ ନୃଶଂସ ହତ୍ୟା ମାମଲାର ଏନଆଇଏ ତଦନ୍ତ ପାଇଁ ନିର୍ଦେଶ ଦେଇଛି ।
ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଟ୍ୱିଟ କରି କୁହା ଯାଇଛି ଯେ – ଗୃହ ମନ୍ତ୍ରଣାଳୟ ରାଜସ୍ଥାନର ଉଦୟପୁର ଠାରେ କହ୍ନେୟା ଲାଲଙ୍କ ନୃଶଂସ ହତ୍ୟା ମାମଲାର ତଦନ୍ତକୁ  ନିଜ ହାତକୁ ନେବା ପାଇଁ ଏନଆଇଏକୁ ନିର୍ଦେଶ ଦିଆଯାଇଛି । ଏହି ଘଟଣାରେ କୌଣସି ସଂଗଠନ ଓ ଆନ୍ତର୍ଜାତିକ ସମ୍ପର୍କ ରହିଥିବା ସମ୍ପର୍କରେ ପୂଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ, ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲ୍‌ ନାମକ ଟେଲରଙ୍କୁ ଦୁଇ ଜଣ ଯୁବକ ହତ୍ୟା କରିଥିଲେ । କହ୍ନେୟା ଲାଲ୍‌ ଟେଲର ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ସେ ଗତ କିଛି ଦିନ ତଳେ ନୁପୁରଙ୍କ ସମର୍ଥନରେ ହ୍ୱାଟସ୍‌ଆପ୍‌ ଷ୍ଟାଟସ୍‌ ରଖିଥିଲେ । ଏହି ହତ୍ୟାକାରୀମାନେ କପଡା ମାପ ଦେବା ନାମରେ ଆସି କହ୍ନେୟାଲାଲ୍‌ଙ୍କ ବେକକୁ ହାଣି ଦେଇଥିଲେ ।

Comments are closed.