ଆକ୍ରମଣ ସ୍ଥଳରେ ଏନଆଇଏ ଟିମର ତଦନ୍ତ ଆରମ୍ଭ

0

ଜମ୍ମୁ: ଆତଙ୍କାବାଦୀ ଆକ୍ରମଣ ସ୍ଥଳ ପୁଲୱାମାର ଲେଥପୋରାଠାରେ ଶନିବାର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଏବଂ କେନ୍ଦ୍ରୀୟ ଫୋରେନସିକ ସାଇନ୍ସ ଲାବରେଟୋରି(ସିଏଫଏସଏଲ) ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  ପାମ୍ପୋରରୁ ଆୱନ୍ତିପୁରା ପର୍ଯ୍ୟନ୍ତ ୧୫ କି.ମି. ଜାତୀୟ ରାଜପଥରେ ଅଧିକାଂଶ ସମୟରେ ସୁରକ୍ଷା ବଳଙ୍କୁ କ’ଣ ପାଇଁ ଟାର୍ଗେଟ କରାଯାଇଆସୁଛି ତାହାର କାରଣ ମଧ୍ୟ ଏନଆଇଏ ଖୋଜିବା ଆରମ୍ଭ କରିଛି।

ଏନଆଇଏ ଏବଂ ସିଏଫଏସଏଲର ଟିମ ଶ୍ରୀନଗରଠାରୁ ୩୦ କି.ମି. ଦୂର ଆକ୍ରମଣସ୍ଥଳରେ ପହଞ୍ଚି ଫୋରେନଶିକ ପରୀକ୍ଷା ପାଇଁ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବା ସହ ନମୁନା ସଂଗ୍ରହ କରିଛନ୍ତି। ଏନଏସଜିର ଜାତୀୟ ବୋମା ତଥ୍ୟ କେନ୍ଦ୍ର(ଏନବିଡିସି)ର ଏକ ଟିମ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛି। ବିସ୍ଫୋରଣରେ କେଉଁ ପ୍ରକାର ଆଇଇଡି ବ୍ୟବହାର କରାଯାଇଛି ଟିମ ତାହାର ଅନୁଧ୍ୟାନ କରିଛି। ଏନଆଇଏ ପକ୍ଷରୁ ବିଭିନ୍ନ ଟେଲିକମ ନେଟୱର୍କକୁ ଯାଞ୍ଚ କରାଯିବା ସହ ଆକ୍ରମଣ ସମୟ ଏବଂ ଏହାର ଆଖପାଖ ସମୟରେ ହୋଇଥିବା ସନ୍ଦେହଜନକ କଲଗୁଡ଼ିକୁ ଯାଞ୍ଚ କରୁଛି।

Leave A Reply