ଅମରାବତୀରେ ଏନ୍‍ଆଇଏ ଟିମ୍‍ : ୬ ଅଭିଯୁକ୍ତ ଗିରଫ

ପ୍ରାଣୀ ଚିକିତ୍ସକଙ୍କୁ ଗଳାକାଟି ହତ୍ୟା କରାଯିବା ଘଟଣା

ଅମରାବତୀ : ଉମେଶ କୋହ୍ଲେ ହତ୍ୟା ଘଟଣାର ତଦନ୍ତ ପାଇଁ ଏନ୍‍ଆଇଏର ଏକ ଟିମ୍‍ ଅମରାବତୀରେ ଯାଇ ପହଞ୍ଚିଛି । ଉମେଶ କୋହ୍ଲେ ହେଉଛନ୍ତି ଜଣେ ପ୍ରାଣୀ ଚିକିତ୍ସକ। ଡେପୁଟି ପୁଲିସ୍‍ କମିଶନର ବିକ୍ରମ ସାଲି କହିଛନ୍ତି, ୬ ଜଣ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇଛି। ପୂର୍ବରୁ ରାଜ୍ୟସଭା ସାଂସଦ ଡକ୍ଟର ଅନୀଲ ବୋଣ୍ଡେଉ ଉମେଶ କୋହ୍ଲେ ହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ।

ବିଭିନ୍ନ ମହଲରୁ ଦାବି ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମହାରାଷ୍ଟ୍ରର ଅମରାବତୀରେ ଉମେଶ କୋହ୍ଲେ ହତ୍ୟା ଘଟଣାର ତଦନ୍ତ ଭାର ଏନ୍‍ଆଇଏକୁ ହସ୍ତାନ୍ତର କରିଥିଲେ। ଗତ ମାସ ୨୧ ତାରିଖରେ କୋହ୍ଲେଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ମନ୍ତ୍ରଣାଳୟ କହିଛି, କୋହ୍ଲେଙ୍କ ହତ୍ୟା ଘଟଣା ସହ ଜଡ଼ିତ ବ୍ୟକ୍ତି ଓ ଏହା ସହ ସମ୍ପୃକ୍ତ ଆନ୍ତର୍ଜାତିକ ସଂଗଠନ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।

Comments are closed.