ଆତଙ୍କବାଦୀଙ୍କ ସହିତ ଦେବିନ୍ଦର ସିଂହ ଗିରଫ ମାମଲା : ଏନଆଇଏ ପକ୍ଷରୁ ୭ଟି ସ୍ଥାନରେ ଚଢଉ

ଶ୍ରୀନଗର :  ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)ର ଏକ ଟିମ୍‍ ଗିରଫ ଡିଏସପି ଦେବିନ୍ଦର ସିଂହ ଓ ଆତଙ୍କବାଦୀମାନଙ୍କ ସହିତ ତାଙ୍କର କଥିତ ସମ୍ପର୍କ ମାମଲାରେ କାଶ୍ମୀରର ସାତୋଟି ସ୍ଥାନରେ ଚଢଉ କରିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ସୋପିଆନ ଜିଲାର କେତେଗୁଡିଏ ନୂଆ ସ୍ଥାନରେ ଚଢଉ କରାଯାଇଛି । ଦେବିନ୍ଦରଙ୍କ ସହିତ ଗିରଫ ହୋଇଥିବା ହିଜିବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସୟଦ ନାଭିଦ୍‍ ଓରଫ ନାଭିଦ ବାବୁ ଓ ରଫି ଅହମ୍ମଦର ଘର ସମେତ ଜଣେ ସରପଞ୍ଚଙ୍କ ବାସଗୃହରେ ମଧ୍ୟ ଚଢାଉ କରାଯାଇଥିବା ଜଣାପଡିଛି । ଏହା ଛଡା ଏନଆଇଏ ଦଳ  ଦେବିନ୍ଦରଙ୍କ ସହିତ ଗିରଫ ହୋଇଥିବା ଜଣେ ଓକିଲର ଘର ଉପରେ ମଧ୍ୟ ଚଢଉ କରିଛି । ଏହା ପୂର୍ବରୁ ଜାନୁୟାରୀ ୨୨ତାରିଖରେ ଏନଆଇଏ ଏହି ମାମଲାରେ ଦେବିନ୍ଦରଙ୍କ ଘର ସମେତ ଶ୍ରୀନଗରର ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଥିଲା।

Comments are closed.