ଆଇଏସ ଲିଙ୍କ; ଦିଲ୍ଲୀ, କେରଳ, କର୍ନାଟକରେ ଏନଆଇଏର ଚଢ଼ାଉ

ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ (ଆଇଏସଆଇଏସ) ସହ ଲିଙ୍କ୍‌ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଦିଲ୍ଲୀ, କେରଳ ଏବଂ କର୍ନାଟକର ୫ଟି ସ୍ଥାନରେ ସୋମବାର ଚଢ଼ାଉ କରାଯାଇଛି। ଦିଲ୍ଲୀର ଜାଫରାବାଦ, କେରଳର କୋଚି ଓ କର୍ନାଟକର ବେଙ୍ଗାଲୁରୁରେ ଏହି ଚଢ଼ାଉ ଚାଲିଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ଏକ ମାମଲାରେ ଏନଆଇଏ ୪ ମହିଳାଙ୍କୁ ଗିରଫ କରିଥିଲା। ସେହି ମାମଲା ସହ ଲିଙ୍କ୍‌ ଅଭିଯୋଗ​‌ରେ ଆଜି ଏହି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି।


ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଇଏସଆଇଏସ ସହ ଜଡ଼ିତ ଏକ ପୁରୁଣା ମାମଲାର ତଦନ୍ତ ସମୟରେ ଅନ୍ୟ ଏକ ଆତଙ୍କବାଦୀ ସଂଗଠନ ସହିତ କାର୍ଯ୍ୟ କରୁଥିବା କିଛି ଲୋକଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା। ଏହାକୁ ଆଧାର କରି ଏନଆଇଏ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.