ଆଇଏସ୍‌ଆଇଏସ୍‌ ସହ ସମ୍ପର୍କ ଅଭିଯୋଗ, କେରଳରେ ତିନୋଟି ସ୍ଥାନରେ ଏନ୍‌ଆଇ ଚଢଉ

ଥିରୁଭାନନ୍ତପୁରମ .-  ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ସହ ସମ୍ପର୍କ ଥିବା ଅଭିଯୋଗରେ କେରଳର ତିନୋଟି ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ଚଢଉ କରାଯାଇଛି  ।  କାସରଗୋଡରେ ୨ ଓ ପାଲକାଡରେ ୩ ଜଣ ସଂଗ୍ଦିଧଙ୍କ ଘରେ ଚଢଉ କରାଯାଇଛି । ଏହି ସଂଗ୍ଦିଧମାନେ ଭାରତରୁ ବିଦେଶ ଯାଇ ଆଇଏସ୍‌ଆଇଏସ୍‌ ସଙ୍ଗଠନରେ ସାମିଲ ହୋଇଥିବା ସୂଚନା ମିଳିଥିବା କଥା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି  ।

ଚଢଉବେଳେ ମୋବାଇଲ୍‌ ଫୋନ୍‌, ସିମ କାର୍ଡ, ଡାଏରୀ, କିଛି ବିବାଦୀୟ ଲେଖା ଜବତ କରାଯାଇଛି ।  ଗତ ବର୍ଷ କେରଳର କାସରଗଡରେ ଜଣେ ଆଇଏସ୍‌ଆଇଏସ୍‌ ସହ ସାମିଲ ଥିବା ଜଣେ ୨୫ ବର୍ଷିୟ ଯୁବକକୁ ଗିରଫ କରିଥିଲା  । ଏହାପରେ କାସୁରଗଡର ୧୪ ଜଣ ବ୍ୟକ୍ତି ଏହି ଆତଙ୍କବାଦୀ ସଙ୍ଗଠନରେ ଯୋଗଦେଇଥିବା ଜଣା ପଡିଥିଲା ।

ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ ପରେ ଏବେ ସୁରକ୍ଷା ସଂସ୍ଥାମାନେ  ଅଧିକ ସଜାଗ ହୋଇଛନ୍ତି ।

 

Comments are closed.