ଭାଲ୍‍ୱାଲ୍‍ ଜେଲରେ ଦୁଇ ଜୈସେ ଆତଙ୍କବାଦୀ

ଶ୍ରୀନଗର :  ଜାତୀୟ ତଦନ୍ତ ସଂସ୍ଥା(ଏନଆଇଏ) ଗିରଫ କରିଥିବା ଦୁଇ ଜୈସେ-ମହମ୍ମଦ ଆତଙ୍କବାଦୀଙ୍କୁ ଜମ୍ମୁର କୋର୍ଟ ଭାଲ୍‍ୱାଲ୍‍ ଜେଲରେ ରଖାଯାଇଛି। ପାକିସ୍ତାନ ଭିତ୍ତିକ ଜୈସେ-ମହମ୍ମଦ ଗୋଷ୍ଠୀର ଦୁଇ ଜଣ ଆତଙ୍କବାଦୀକୁ ଗୁରୁବାର ଗିରଫ କରିଥିଲା। ଏନଆଇଏ ସୂତ୍ରରୁ  ଜାରି ଏକ ବିବୃତ୍ତିରେ କୁହାଯାଇଛି, ତନ୍‍ବୀର ଓରଫ୍‍ ତନ୍‍ବୀର ଅହମ୍ମଦ ଗାନି ଓ ବିଲାଲ୍‍ ମୀର ଓରଫ୍‍ ବିଲାଲ୍‍ ଅହମ୍ମଦ ମୀର ନାମକ ଦୁଇ ଆତଙ୍କବାଦୀଙ୍କୁ ସର୍ବସାଧାରଣ ସୁରକ୍ଷା ଆଇନ ଅଧୀନରେ ଅଟକ ରଖାଯାଇଛି ଓ ଜମ୍ମୁର କୋର୍ଟ ଭାଲ୍‍ୱାଲ୍‍ ଜେଲରେ ସେମାନେ ଅଛନ୍ତି।

ସେମାନଙ୍କୁ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା ଓ ଅଦାଲତ ସେହି ଦୁଇ ଜଣଙ୍କୁ ୭ ଦିନପାଇଁ ଏନଆଇଏ ହାଜତ୍‍କୁ ପଠାଇଛନ୍ତି । ଏନଆଇଏ କହିଛି, ସେମାନଙ୍କ ବିରୁଦ୍ଧରେ ଅପରାଧ ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ସେମାନେ ଭାରତରେ ଆତଙ୍କବାଦୀ କାର୍ଯ୍ୟପାଇଁ ମୁତୟନ ହୋଇଥିବା ଏହି ବିବୃତ୍ତିରେ କୁହାଯାଇଛି।

Comments are closed.