ପୁଲ୍‍ୱାମା ଆତ୍ମଘାତୀ ଆକ୍ରମଣ ଘଟଣାରେ ୨୩ ଅଟକ

0

ନୂଆଦିଲ୍ଲୀ: ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍‍- ଇ-ମହମ୍ମଦ ସହ ସମ୍ପର୍କରେ ଥିବା ସନ୍ଦେହରେ ପୁଲିସ ୨୩ ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଥିବା ୨୩ ଜଣଙ୍କ ମଧ୍ୟରେ ଜୈସ୍‍- ଇ-ମହମ୍ମଦ ଆତଙ୍କୀ ଗୋଷ୍ଠୀ ସହ କେତେଜଣ ଜଡିତ ଥିବାବେଳେ ଅନ୍ୟ କେତେଜଣ ସେହି ସଂଗଠନ ପ୍ରତି ସହାନୁଭୂତି ପ୍ରକାଶ କରିଥିବା ଜଣାପଡିଛି । ଭାରତର ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା, ଏନ.ଆଇ.ଏ. ପ୍ରତିନିଧିମାନେ ସନ୍ଦିଗ୍ଧମାନଙ୍କୁ ପଚରାଉଚୁରା କରୁଛନ୍ତି। ଇତି ମଧ୍ୟରେ ଦକ୍ଷିଣ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଘର ସେନା ଖାନତଲାସୀ କରିଛି ଏବଂ ପୁଲ୍‍ୱାମା ଆତ୍ମଘାତୀ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଅହମଦ ମଲିକର ଭାଇ ଯିଏ କି ନିଜକୁ ଏକ ବର୍ଷ ତଳେ ଆତଙ୍କବାଦୀ ଘୋଷଣା କରିଥିଲା, ତା ଘର ମଧ୍ୟ ଖାନତଲାସୀ କାରାକାଯାଇଥିବା ସେ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ରଏଟରକୁ କହିଛି। ଯାଞ୍ଚ କର୍ତ୍ତା ଏବେ ଦୁଇଟି ବିଷୟରେ ସୁରାକ ଖୋଜୁଛନ୍ତି। ପ୍ରଥମଟି ହେଉଛି ଆତଙ୍କବାଦୀ ହୁଏତ ଏବେ ବି କାଶ୍ମୀର ଅଞ୍ଚଳରେ ଲୁଚି ରହିଛନ୍ତି ଓ ଦ୍ୱିତୀୟଟି ହେଉଛି ଯେ ଏତେ ମାତ୍ରାରେ ବିସ୍ଫୋରକ କାଶ୍ମୀରକୁ କେମିତି ଆସିଲା।

Leave A Reply