ବଲାଙ୍ଗିର ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା : ତଦନ୍ତ ଆରମ୍ଭ କଲା ଏନଏଚଆରସି ଟିମ୍

ଭୁବନେଶ୍ୱର :  ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ର ଏକ ଟିମ୍ ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଛନ୍ତି । ମଙ୍ଗଳବାର ବଲାଙ୍ଗୀରରେ ପହଞ୍ଚିବା ପରେ ସ୍ଥାନୀୟ ସର୍କିଟ୍ ହାଉସରେ ରାତ୍ରିଯାପନ କରିଥିଲେ। ପରେ ସେମାନେ ବୁଧବାର ସକାଳ ୯ଟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚି ଟିମ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜାତୀୟ ମାନବାଧିକାର କମିଶନର ଏହି ତିନି ଜଣିଆ ଟିମ୍ ଛାତ୍ରଙ୍କ ମୃତ୍ୟୁକୁ ନେଇ ତଦନ୍ତ କରୁଛନ୍ତି।
ଏହି ଟିମର ସଦସ୍ୟ ମାନେ କଲେଜ ଡିନଙ୍କଠାରୁ ଆରମ୍ଭ କରି ଏଚଓଡି, ସହପାଠୀ, ଷ୍ଟାଫ୍ ସହ ଆଣ୍ଟି ରାଗିଂ ସେଲର ସଦସ୍ୟ ମାନଙ୍କୁ ମଧ୍ୟ  ପଚରାଉଚରା କରିବ । କଲେଜରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ହଷ୍ଟେଲ ସହ ବିଭିନ୍ନ ଦିଗକୁ ନେଇ ଟିମ୍ ତଦନ୍ତ କରିବ।

Comments are closed.