ଜାପାନିଜ ଏନସେଫାଲାଇଟିସ୍ ମୃତ୍ୟୁ ସଂଖ୍ୟା ୧୨୯କୁ ବୃଦ୍ଧି : କେନ୍ଦ୍ର ଓ ବିହାର ସରକାରଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍‍

ପାଟନା : ବିହାରରେ  ଜାପାନିଜ ଏନସେଫାଲାଇଟିସ୍ ବା ମସ୍ତିଷ୍କ ଜ୍ୱର ଉତ୍କଟ ରୂପ ନେବାରେ ଲାଗିଛି । ଇତିମଧ୍ୟରେ ମସ୍ତିଷ୍କ ଜ୍ୱରଜନିତ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଛି । ଜାତୀୟ ମାନବାଧିକାର କମିଶନ ଏସଂକ୍ରାନ୍ତରେ କେନ୍ଦ୍ର ସରକାର ଓ ବିହାର ସରକାରଙ୍କୁ ନୋଟିସ୍‍ ପଠାଇଛନ୍ତି। ଅନ୍ୟ ପକ୍ଷରେ  କେନ୍ଦ୍ର ସରକାର ସେଠାକୁ ଆଉ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ପଠାଇବାକୁ  ନିଷ୍ପତ୍ତି ନେଇଛନ୍ତି।
ଏହି ଦଳ ମୁଜାଫର୍‍ପୁରରେ ଏକ ଅତ୍ୟାଧୁନିକ ବହୁମୁଖୀ ଗବେଷଣା କେନ୍ଦ୍ର ସ୍ଥାପନ ଦିଗରେ କାର୍ଯ୍ୟ କରିବେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ
ବିହାର ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ମୁଜାଫର୍‍ପୁର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ପାଟନାଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ରୋଗର ନିୟନ୍ତ୍ରଣପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ସକାଶେ ସେ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.