ବଜ୍ରାଘାତରେ ଜଣେ ମୃତ

ଧାମରା : ଧାମରା ନିକଟସ୍ଥ କରଣପଲ୍ଲୀ ପଞ୍ଚାୟତରେ ଜଣେ ଯୁବକଙ୍କ ବଜ୍ରାଘାତରେ ମୃତ୍ୟୁ ଘଟି ଥିବା ଜଣାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି କରଣପଲ୍ଲୀ ପଞ୍ଚାୟତର ସିଦ୍ଧେଶ୍ୱର ମଣ୍ଡଳଙ୍କ ପୁଅ ପଲଟୁ ମଣ୍ଡଳ(୨୦) ଚିଙ୍ଗୁଡି ପୋଖରୀ ନିକଟରୁ ନିଜ ଘରକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାକୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠାରେ ଉପସ୍ତିତ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Comments are closed.