ଗଛ ଉପଡି ଖୋର୍ଦ୍ଧା-ବଲାଙ୍ଗିର ରାଜପଥ ଅବରୋଧ

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଚାରିଛକ ସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଏକ ବିଶାଳ କାୟ ଗଛ ଉପୁଡି ଯିବାରୁ ଖୋର୍ଦ୍ଧା-ବଲାଙ୍ଗିର ରାଜପଥ ଅବରୋଧ ହୋଇଥିବା ଜଣାପଡିଛି। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଜଣେ ଯୁବକ ଆହାତ ହୋଇଥିବାବେଳେ ଗୋଟେ ଗାଡ଼ି ଗଛ ତଳେ ଚାପି ହୋଇ ଯାଇଥିବା ଜଣାପଡିଛି।

Comments
Loading...