ବୈତରଣୀ ନଦୀ ମଧ୍ୟକୁ ଦବିଲା ଜାତୀୟ ରାଜପଥ

0

ଆରଡି : ବୈତରଣୀ ନଦୀ ମଧ୍ୟକୁ ୭୦ଫୁଟର ଜାତୀୟ ରାଜପଥ ଦବିଯାଇଛି। ମଙ୍ଗଳବାର ସନ୍ଧ୍ୟା ସମୟରେ କୁଆଖିଆ ସାତଭାୟା ୨୦ନମ୍ବର ଜାତୀୟ ରାଜପଥ ଆରଡି ନିକଟସ୍ଥ ବୈତରଣୀ ନଦୀ ମଧ୍ୟକୁ ଦବି ଯାଇଛି। ଉକ୍ତ ରାସ୍ତାରେ ଫାଟ ସୃଷ୍ଟି ହେବା ସହ ତାର କିଛି ଅଂଶ ନଦୀ ମଧ୍ୟକୁ ଚାଲିଯାଇଛି। ଫାଟ ସୃଷ୍ଟି ହେବା ଫଳରେ ଯାଜପୁର-ଆରଡି ମଧ୍ୟରେ ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି। ବିଶେଷ କରି ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଅଧିକାଂଶ ପର୍ଯ୍ୟଟକ ଯାଜପୁରର ମା’ ବିରଜା ଓ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ନିମନ୍ତେ ଏହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି।

Leave A Reply