ଏଣିକି କିମି ପିଛି ଟୋଲ୍‍ ଫି

0

ଏଣିକି ଜାତୀୟ ରାଜପଥରେ କିମି ଅନୁଯାୟୀ ଟୋଲ୍‍ ଫି’ ଦେବାକୁ ପଡ଼ିବ। ପାଇଲଟ୍‍ ପ୍ରୋଜେକ୍ଟ ଭାବେ ଏହି ଯୋଜନା ଦିଲ୍ଲୀ-ମୁମ୍ବଇ ଜାତୀୟ ରାଜପଥରେ ଆସନ୍ତା ଦୁଇ କିମ୍ବା ତିନି ସପ୍ତାହ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ବେଳେ ସଫଳତା ଆଧାରରେ ଖୁବ୍‍ ଶୀଘ୍ର ଦେଶର ଅନ୍ୟାନ୍ୟ ଅଞ୍ଚଳରେ କାର୍ଯ୍ୟକାରୀ ହେବ। କ୍ୟାବିନେଟ୍‍ ବୈଠକରେ ଟୋଲ୍‍ ଫି ଆଦାୟ ପାଇଁ ଥିବା ନିୟମରେ ସଂଶୋଧନ ଅଣାଯିବ। ଏଥିପାଇଁ ଜିଓ ଫେନ୍‍ସିଂ ପଦ୍ଧତି କାର୍ଯ୍ୟକାରୀ ହେବ। ଏଥିରେ ଥିବା ଜିପିଏସ୍‍ ଓ ଆରଏଫ୍‍ଆଇଡି ଜ୍ଞାନକୌଶଳ ଜରିଆରେ ଏକ ଭୌଗୋଳିକ ପରିସୀମା ନିର୍ଦ୍ଧାରିତ ହୋଇପାରିବ। ତେଣୁ ଚାଳକ ଏହି ପରିସୀମା ମଧ୍ୟରେ ଯେତିକି କିମି ଯାତ୍ରା କରିଥିବେ ସେହି ଆଧାରରେ ଟୋଲ ଫି ଆଦାୟ ହେବ।

Leave A Reply